ଶିକ୍ଷାନୁଷ୍ଠାନର ପବିତ୍ରତା ଏବଂ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ମହଙ୍ଗା ପଡ଼ିଛି। ଶିକ୍ଷାନୁଷ୍ଠାନ ଭିତରେ ଶୃଙ୍ଖଳାହୀନତା ଏବଂ ଗଣ୍ଡଗୋଳ ଭଳି ଅସହନୀୟ ଆଚରଣ ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିରୋ-ଟୋଲରାନ୍ସ ଅର୍ଥାତ୍ କୌଣସି ପ୍ରକାର କୋହ ନରଖିବା ନୀତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶକ୍ରମେ ଯାଜପୁର ସରକାରୀ ପଲିଟେକ୍ନିକ୍ର ତିନିଜଣ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପକ ପି. ଆରାଧନାଙ୍କୁ ନିଲମ୍ବିତ କରାଯାଇଛି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି। Post navigation केंद्र सरकार ने कर्मचारियों को दिया दिवाली तोहफा, कैबिनेट ने 3% DA बढ़ोतरी की दी मंजूरी