ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏହି ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାରେ ସର୍ବାଧିକ ୨୪୯.୯ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସହିତ ମୋହନାରେ ୧୬୮.୮ ମିମି ଏବଂ ଗୁମ୍ମାରେ ୧୩୫.୦ ମିମି ବର୍ଷା ରେକର୍ଡ ହୋଇଛି। କେବଳ ଗଜପତି ନୁହେଁ, କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗିରେ ୧୮୮.୦ ମିମି ଏବଂ ସିମିଳିଗୁଡ଼ାରେ ୧୪୩.୧ ମିମି ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୧୬୧.୪ ମିମି, ଦିଗପହଣ୍ଡିରେ ୧୩୯.୫ ମିମି ଏବଂ ବ୍ରହ୍ମପୁରରେ ୧୩୧.୪ ମିମି ବର୍ଷା ରେକର୍ଡ ହୋଇ ଜନଜୀବନ ପ୍ରଭାବିତ ହୋଇଛି। ମୋଟ୍ ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ, ଅତିପ୍ରବଳ ଏବଂ ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ କାଲିଠାରୁ ବର୍ଷାର ପରିମାଣ କମିବ ବୋଲି ଆକଳନ କରାଯାଇଛି। Post navigation Cyclone Arnab Impact: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଭୁବନେଶ୍ୱରରୁ କୋଲକାତା ଇଣ୍ଡିଗୋ ବିମାନ ବାତିଲ୍ Cyclone Arnab: ଆଜି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ୮୦ରୁ ୯୦ କିମି ବେଗରେ ବହିବ ପବନ