ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ କୋଲକାତା ଯିବାକୁ ଥିବା ଇଣ୍ଡିଗୋ ବିମାନକୁ ବାତିଲ୍ କରାଯାଇଛି । ସକାଳ ୮ଟା ୪୦ ମିନିଟ୍ରେ ଉଡ଼ାଣ ଭରିବାକୁ ଥିବା ବିମାନ 6E7432ର ଉଡ଼ାଣ ବାତିଲ୍ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ସକାଳେ ବିମାନଟି ଉଡ଼ାଣ ଭରିବା ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ବାତ୍ୟାଜନିତ ପାଣିପାଗ ପରିସ୍ଥିତି ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । କୋଲକାତାରୁ ବିଶାଖାପାଟଣା ଯିବାକୁ ଥିବା ଏକମାତ୍ର ବିମାନ ମଧ୍ୟ ବାତିଲ୍ ହୋଇଛି। ବିଶାଖାପାଟଣା ବିମାନବନ୍ଦର ବନ୍ଦ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । Post navigation Cyclone ‘Arnab’ Preparedness: ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା; ୮ ଜିଲ୍ଲାର ୨୮ ହଜାର ଲୋକ ସ୍ଥାନାନ୍ତରିତ: SRC Cyclone Impact: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଗତ ୨୪ ଘଣ୍ଟାରେ ଗଜପତିରେ ସର୍ବାଧିକ ୨୪୯.୯ ମିମି ବର୍ଷା ରେକର୍ଡ