ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବାତ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରୁ ପ୍ରାୟ ୨୮୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନର ଯୋଜନା ଅନୁଯାୟୀ ମୋଟ ୪୮୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାର ଲକ୍ଷ୍ୟ ରହିଥିଲା। ତେବେ ବର୍ଷା ବଢ଼ିଲେ ସ୍ଥିତିକୁ ପରଖି ଲୋକଙ୍କୁ ଲଗାତାର ସ୍ଥାନାନ୍ତର କରାଯାଉଛି। ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ବିଶେଷ ଗୁରୁତ୍ୱ ଦିଆଯାଇ ୨୨୦୦ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଏସ୍.ଆର୍.ସି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ବାତ୍ୟା ପ୍ରଭାବରେ କିଛି କିଛି ସ୍ଥାନରେ ଗଛ ପଡ଼ି ରାସ୍ତାଘାଟ ଅବରୋଧ ହୋଇଥିଲା। ତେବେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ର ମିଳିତ ଉଦ୍ୟମ ଦ୍ୱାରା ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇ ସ୍ଥିତିକୁ ସ୍ୱାଭାବିକ କରାଯାଇଛି। Post navigation Chameli Ojha Gets Major Relief as High Court: ସରପଞ୍ଚ ପଦବୀରେ ରହିବେ ଚାମେଲି ଓଝା; ଅନାସ୍ଥା ପ୍ରସ୍ତାବକୁ ହାଇକୋର୍ଟଙ୍କ ଅସିଦ୍ଧ ଘୋଷଣା Cyclone Arnab Impact: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଭୁବନେଶ୍ୱରରୁ କୋଲକାତା ଇଣ୍ଡିଗୋ ବିମାନ ବାତିଲ୍