କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ଓଡ଼ିଶା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଓଡ଼ିଶା ହାଇକୋର୍ଟ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନସ୍ଥ ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚମେଲୀ ଓଝାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବେଆଇନ ତଥା ଅସିଦ୍ଧ ବୋଲି ଘୋଷଣା କରିଛନ୍ତି। ଆବଶ୍ୟକୀୟ ନିୟମ ଓ ପ୍ରକ୍ରିୟାଗୁଡ଼ିକୁ ଠିକ୍‌ ଭାବେ ପାଳନ କରାଯାଇ ନଥିବାରୁ କୋର୍ଟ ଏହି ରାୟ ଶୁଣାଇଛନ୍ତି

ତିଖିରି ଗ୍ରାମପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ଼ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ଅଗଷ୍ଟ ୧୩ ତାରିଖରେ ଅନାସ୍ଥା ଭୋଟ୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ପ୍ରକ୍ରିୟାଗତ ତ୍ରୁଟି ଏବଂ ନିୟମ ଉଲ୍ଲଂଘନ ଅଭିଯୋଗ କରି ସରପଞ୍ଚ ଚମେଲୀ ଓଝା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

​ଗ୍ରାମପଞ୍ଚାୟତ ଆଇନର ଧାରା ୨୪ ଅନୁଯାୟୀ, ସରପଞ୍ଚଙ୍କୁ ନୋଟିସ୍, ସଂକଳ୍ପ ଏବଂ ଦାବିପତ୍ରର ନକଲ ପ୍ରଦାନ ସହିତ ଭୋଟ୍‌ ପାଇଁ ପ୍ରସ୍ତୁତ ହେବାକୁ ୧୫ ଦିନର ନୋଟିସ୍ ଅବଧି ଦେବା ବାଧ୍ୟତାମୂଳକ ଅଟେ। କିନ୍ତୁ ଏହି ମାମଲାରେ ସେହି ନିୟମଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ନଥିବାରୁ ହାଇକୋର୍ଟ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।

ହାଇକୋର୍ଟଙ୍କ ଏହି ରାୟ ପରେ ସରପଞ୍ଚ ପଦବୀରେ ଚାମେଲି ଓଝା କାୟମ ରହିବେ।

Leave a Reply

Your email address will not be published. Required fields are marked *