ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ର ମହାନିର୍ଦ୍ଦେଶକ ଗଭୀର ଚିନ୍ତାପ୍ରକାଶ କରିବା ସହ ଦେଶ ଓ ରାଜ୍ୟବାସୀଙ୍କ ପାଇଁ ଜରୁରୀ ସତର୍କତା ଜାରି କରିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ପୂର୍ବାହ୍ନରେ ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବିଶେଷକରି ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

ଏହା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ପ୍ରଚଣ୍ଡ ରହିବ ଏବଂ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ରହିବାକୁ ଥିବାବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ଏଭଳି ଭୟଙ୍କର ପବନ ପ୍ରବାହ ଯୋଗୁଁ ବଡ଼ଧରଣର କ୍ଷତି ଘଟିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ରେଳ, ବିମାନ ଏବଂ ସଡ଼କ ପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେବ। ଏତଦ୍‌ବ୍ୟତୀତ ପ୍ରଚଣ୍ଡ ପବନ ଯୋଗୁଁ ବଡ଼ ବଡ଼ ଗଛଗୁଡ଼ିକ ଭାଙ୍ଗି ପଡ଼ିବା ସହ ଧାନ ଏବଂ ଅନ୍ୟାନ୍ୟ ଫସଲ ମଧ୍ୟ ବ୍ୟାପକ ଭାବେ ନଷ୍ଟ ହେବାର ଆଶଙ୍କା କରାଯାଇଛି।

ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡିବ ବୋଲି ଆକଳନ କରାଯାଇଛି । ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୬୦ ରୁ ୮୦ କିଲୋମିଟର ବେଗରେ ପବନ ବହିବାକୁ ଥିବାବେଳେ ଉତ୍ତର ଓଡ଼ିଶାରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *