ନିର୍ବାଚନୀ ରଣନୀତିକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ଲକ୍ଷ୍ୟରେ କଂଗ୍ରେସ ଦଳ ପକ୍ଷରୁ ପ୍ରସ୍ତୁତି ବ୍ୟାପକ କରାଯାଇଛି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ୫ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷମାନଙ୍କର ନାମ ଘୋଷଣା କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏହି ନିଯୁକ୍ତିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅଧୀନରେ ଓଡ଼ିଶାର ବରିଷ୍ଠ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମଣିପୁରର ୱାର୍ ରୁମ୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଉତ୍ତର ପ୍ରଦେଶ ପାଇଁ ସଚିନ ଯାଦବ, ପଞ୍ଜାବ ପାଇଁ କନ୍ନନ ଗୋପୀନାଥନ, ଗୋଆ ପାଇଁ ଇମରୋଜ ଖାନ, ଏବଂ ଉତ୍ତରାଖଣ୍ଡ ପାଇଁ କ୍ରିଷନ ସାତ୍ରୋଡଙ୍କୁ ନିର୍ବାଚନୀ ୱାର୍ ରୁମ୍ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ନେତାମାନେ ନିଜ ନିଜ ରାଜ୍ୟରେ ନିର୍ବାଚନୀ ରଣନୀତି ଓ ସମନ୍ୱୟ କେନ୍ଦ୍ରର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବେ। ‘ୱାର ରୁମ୍’ଗୁଡ଼ିକ ମୁଖ୍ୟତଃ ପ୍ରଚାର ପରିକଳ୍ପନା, ବୁଥ୍-ସ୍ତରୀୟ ପରିଚାଳନା, ତଥ୍ୟ ବିଶ୍ଳେଷଣ, ପ୍ରାର୍ଥୀ ସମନ୍ୱୟ ଏବଂ ନିର୍ବାଚନ ସମୟରେ ତୁରନ୍ତ ନିଷ୍ପତ୍ତି ନେବାର କେନ୍ଦ୍ରବିନ୍ଦୁ ଭାବେ କାର୍ଯ୍ୟ କରିବ। ଏହି ନିଯୁକ୍ତି ଜରିଆରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ଦଳୀୟ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ନିର୍ବାଚନ ପ୍ରସ୍ତୁତିକୁ ଆହୁରି ଜୋରଦାର କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। Post navigation Odisha Prepares for Impending Cyclone: ସମ୍ଭାବ୍ୟ ବାତ୍ୟାକୁ ନେଇ କୃଷି ଭବନରେ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ