ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତ ଓ ହବିଷ୍ୟାଳିଙ୍କ ସୁନ୍ଦର ତଥା ଶୃଙ୍ଖଳିତ ଦର୍ଶନ ନିମନ୍ତେ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା କାର୍ତ୍ତିକ ମାସରେ ହବିଷ୍ୟାଳି ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ସହଜ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଅଧିକ ତ୍ୱରାନ୍ୱିତ କରିବା ସହ ଦୂରଦୂରାନ୍ତରୁ ଆସୁଥିବା ହବିଷ୍ୟାଳି ମା’ମାନଙ୍କ ସହଜ ଦର୍ଶନ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଏହା ସହିତ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଯେପରି ବିନା କୌଣସି ଅସୁବିଧାରେ ଶ୍ରୀଜିଉଙ୍କ ଦିବ୍ୟ ଦର୍ଶନ ଲାଭ କରିପାରିବେ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ସମସ୍ତ ପଦକ୍ଷେପ ଶ୍ରଦ୍ଧାଳୁଙ୍କୁ ଏକ ଶାନ୍ତିପୂର୍ଣ୍ଣ ଓ ଆଧ୍ୟାତ୍ମିକ ଦର୍ଶନର ଅନୁଭୂତି ପ୍ରଦାନ କରିବ। Post navigation Plus Two Exams 2027: ଯୁକ୍ତ ଦୁଇ ପରୀକ୍ଷା ୨୦୨୭; ସମସ୍ତ ପରୀକ୍ଷା କେନ୍ଦ୍ର ଓ ଷ୍ଟ୍ରଙ୍ଗ୍ ରୁମରେ ବାଧ୍ୟତାମୂଳକ ସିସିଟିଭି ସହିତ ଲାଇଭ୍ ଷ୍ଟ୍ରିମିଂ: CHSE Youth Congress State Committee Dissolved: ଭାଙ୍ଗିଲା ଯୁବ କଂଗ୍ରେସର ରାଜ୍ୟ କମିଟି, ୨୩ରୁ ନିର୍ବାଚନ ପ୍ରକ୍ରିୟା