ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ଅକ୍ଟୋବର ୨୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ନିଜର ଦିଗ ବଦଳାଇ ଆଗକୁ ବଢ଼ୁଛି। ଏହି ସିଷ୍ଟମ୍ଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ଏବଂ ତତ୍ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗର ଅଞ୍ଚଳରେ ଅକ୍ଟୋବର ୨୩ ତାରିଖ ସୁଦ୍ଧା ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଲଘୁଚାପ ସୃଷ୍ଟି ହେବା ପରେ ଏହା କ୍ରମାଗତ ଭାବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ସମୁଦ୍ର ମଧ୍ୟରେ ଆହୁରି ଶକ୍ତିଶାଳୀ ଓ ଘନୀଭୂତ ହେବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟରେ ବାୟୁମଣ୍ଡଳୀୟ ଅନୁକୂଳ ପରିସ୍ଥିତି ଯୋଗୁଁ ଏହି ସିଷ୍ଟମ୍ର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଅଧିକ ଅନୁଭୂତ ହୋଇପାରେ। ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଉଥିବା ବେଳେ ପାଣିପାଗ ବିଶେଷଜ୍ଞମାନେ ଏହାର ଗତିପଥ ଉପରେ କ୍ରମାଗତ ନଜର ରଖିଛନ୍ତି। Post navigation टाइगर श्रॉफ नहीं, सलमान खान थे हमलावरों के पहले निशाने पर; मुंबई क्राइम ब्रांच का बड़ा खुलासा 67th Police Commemoration Day: ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ: କଟକ ଓ ଭୁବନେଶ୍ୱରରେ ଅମର ଶହୀଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି