ଆଜି ପବିତ୍ର ବିଜୟାଦଶମୀ। ମହାମାୟାଙ୍କ ଦଶହରା ଉତ୍ସବର ଏହା ହେଉଛି ଅନ୍ତିମ ପର୍ବ। ଆଜି ପୂଜା ମଣ୍ଡପଗୁଡ଼ିକରେ ବିଜୟାଦଶମୀ ଉତ୍ସବ ଅତ୍ୟନ୍ତ ଧୁମଧାମ ଓ ଶ୍ରଦ୍ଧାର ସହ ପାଳିତ ହେଉଛି। ମା’ଙ୍କ ଆରାଧନା, ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନି ଏବଂ ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ ହୋଇଉଠୁଛି ସମଗ୍ର ପୂଜା ପରିବେଶ। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମା’ଙ୍କ ଶେଷ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ପବିତ୍ର ଦଶହରା ଅବସରରେ ଆଜି ସନ୍ଧ୍ୟାରେ ଆକର୍ଷଣୀୟ ଆତସବାଜି ସହ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ରାଜଧାନୀ ଭୁବନେଶ୍ୱରର ୯ଟି ପ୍ରମୁଖ ସ୍ଥାନରେ ରାବଣ ପୋଡ଼ି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ଏହାସହ ଆକାଶକୁ ଆଲୋକିତ କରିବା ପାଇଁ ବାଣ ଫୁଟା ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୂଜା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି କଟକରେ ଆଜି ୩୬ତମ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଛି। କଟକ ତଳ ବାଲିଯାତ୍ରା ପଡ଼ିଆରେ ୮୦ ଫୁଟ୍ ର ରାବଣ ଦହନ କରାଯିବ ଏବଂ ରାତି ୧୨ଟାରେ ରାବଣ ପୋଡ଼ି ଅନୁଷ୍ଠିତ ହେବ, ଯାହା ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଅଟେ। ଏହି ମହୋତ୍ସବରେ ପ୍ରାୟ ୧୦ ହଜାର ଦର୍ଶକଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ମୁଖ୍ୟ ମନମୋହନ ସାମଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। Post navigation CM’s High-Level Meet Today: ଲୋକସେବା ଭବନରେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ टाइगर श्रॉफ नहीं, सलमान खान थे हमलावरों के पहले निशाने पर; मुंबई क्राइम ब्रांच का बड़ा खुलासा