ଓଡ଼ିଶାର ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ବିଭୂତି ପତିଙ୍କର ପରଲୋକ ହୋଇଯାଇଛି। ହୃଦଘାତରେ ପରଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ଆଜି ସକାଳେ ଭୁବନେଶ୍ୱରରେ ଥିବା ସମୟରେ ତାଙ୍କର ପ୍ରବଳ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଏକ ଘରୋଇ ଗାଡ଼ିରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀର୍ଘ ବର୍ଷର ସାମ୍ବାଦିକତା କ୍ୟାରିୟର ମଧ୍ୟରେ ବିଭୂତି ପତି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ପରିବେଶ, ଜାତୀୟ ସୁରକ୍ଷା ଓ ରାଜନୈତିକ ବିଷୟବସ୍ତୁ ଉପରେ ତାଙ୍କର ନିରପେକ୍ଷ ତଥା ତୃଣମୂଳ ସ୍ତରର ରିପୋର୍ଟିଂ ସବୁବେଳେ ପ୍ରଶଂସନୀୟ ଥିଲା। ସେ ‘ତେହେଲକା’ ଓ ‘ଦି ଗାର୍ଡିଆନ୍’ ଭଳି ବିଶ୍ୱସ୍ତରୀୟ ତଥା ଜାତୀୟ ଗଣମାଧ୍ୟମ ପାଇଁ କାର୍ଯ୍ୟ କରିବା ସହ ଓଡ଼ିଶାର ବହୁ ପ୍ରମୁଖ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ଦ୍ୱାରା ପ୍ରକାଶିତ ଇଂରାଜୀ ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସେ ନିଜର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। ମୃତ୍ୟୁ ସମୟରେ ସେ କନକ ନ୍ୟୁଜ୍ର ନୂଆଦିଲ୍ଲୀ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଗଣମାଧ୍ୟମ କ୍ଷେତ୍ରରେ ଗଭୀର ଶୋକପ୍ରକାଶ ପାଇଛି ଏବଂ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। Post navigation टाइगर श्रॉफ पर हमले के बाद घर पहुंचे शिंदे, फायरिंग घटना की महाराष्ट्र सरकार की निंदा टाइगर श्रॉफ फायरिंग केस: कोटा पुलिस ने तीन आरोपियों को किया गिरफ्तार