ମୁମ୍ବାଇର ଜୁହୁ ଅଞ୍ଚଳରେ ଆଜି ସନ୍ଧ୍ୟାରେ ବଲିଉଡର ଲୋକପ୍ରିୟ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରକୁ ଏକ ପ୍ରାଣଘାତୀ ଆକ୍ରମଣ ହୋଇଛି। ଏକ ଫୁଟବଲ୍ ପଡ଼ିଆରୁ ନିଜ କାର୍ରେ ଫେରୁଥିବା ସମୟରେ ବାଇକ୍ରେ ଆସିଥିବା ତିନିଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଅନ୍ଧାଧୁନ୍ଧ ଗୁଳିଚାଳନା କରିଥିଲେ। ଏହି ଅଚାନକ ଆକ୍ରମଣରେ ଅଭିନେତା ଟାଇଗର ଶ୍ରଫ୍ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ କାର୍ ଡ୍ରାଇଭରଙ୍କ ଛାତିରେ ଗୁଳି ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଅନ୍ୟପଟେ ଏହି ଗୁଳିକାଣ୍ଡ ପଛରେ ‘ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ’ର ହାତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାର କିଛି ସମୟ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଓ ଅଡିଓ ବାର୍ତ୍ତା ସାମ୍ନାକୁ ଆସିଛି, ଯେଉଁଥିରେ ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରି ଏହି ଆକ୍ରମଣର ଦାୟିତ୍ୱ ନେଇଛନ୍ତି। ସେହି ଭିଡିଓରେ ସେ ଚେତାବନୀ ଦେଇ କହିଛନ୍ତି ଯେ ଟାଇଗର ଶ୍ରୋଫ୍ ସେମାନଙ୍କ ହିଟ୍ ଲିଷ୍ଟରେ ଥିଲେ, କାରଣ ସେମାନଙ୍କ ନିର୍ଦ୍ଦେଶ ମାନୁନଥିଲେ ଏବଂ ସଲମାନ ଖାନ୍ଙ୍କ ସହ କାମ କରୁଥିଲେ। ଇଣ୍ଡଷ୍ଟ୍ରିରେ ଯେଉଁମାନେ ବିଷ୍ଣୋଇ ଗ୍ୟାଙ୍ଗ ସହ ସମନ୍ୱୟ ନ ରଖି ସଲମାନ ଖାନ୍ଙ୍କ ସହ କାମ କରିବେ, ସେମାନଙ୍କୁ ମାରିଦିଆଯିବ ବୋଲି ଧମକ ଦିଆଯାଇଛି। ଏପରିକି ୧୯୯୮ର କଳାହରିଣ ଶିକାର ମାମଲାକୁ ନେଇ ସଲମାନ ଖାନ୍ ଯଦି ବିଷ୍ଣୋଇ ସମ୍ପ୍ରଦାୟ ନିକଟରେ କ୍ଷମା ନ ମାଗନ୍ତି, ତେବେ ତାଙ୍କ ପରିବାରର କାହାକୁ ବି ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଏହି ସମ୍ବେଦନଶୀଳ ଘଟଣା ପରେ ପୋଲିସ ତତକ୍ଷଣାତ ତଦନ୍ତ ଆରମ୍ଭ କରି ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ବେଳେ ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରହିଛି। Post navigation Congress Welcomes Odisha Governor Brajmohan Ram: ରାଜ୍ୟପାଳ ବିବାଦୀୟ ମନ୍ତବ୍ୟକୁ ଝାଡ଼ଖଣ୍ଡରେ ଛାଡ଼ି ଆସିଥିବେ ବୋଲି ଆଶା: ଭକ୍ତ ଦାସ