କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ । ଦୀର୍ଘ ଦିନର ସୀମା ବିବାଦ ଭିତରେ ଆନ୍ଧ୍ରପ୍ରଦେଶର ବେଆଇନ ନିର୍ବାଚନୀ ଗତିବିଧିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆନ୍ଧ୍ରକୁ ସ୍ପଷ୍ଟ ଓ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, କୋଟିଆ ଓଡ଼ିଶାର । ଆନ୍ଧ୍ରପ୍ରଦେଶର ସମସ୍ତ ବେଆଇନ ଉଦ୍ୟମକୁ ଓଡ଼ିଶା ସରକାର ଦୃଢ଼ ଭାବରେ ପ୍ରତିହତ କରିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତା ୨୮ ତାରିଖରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ କରାଇବାର ଚକ୍ରାନ୍ତ ଚାଲିଥିବା ବେଳେ ଓଡ଼ିଶା ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ ଭଣ୍ଡୁର କରିବାକୁ ସଜାଗ ହୋଇଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ କୋଟିଆର ପ୍ରତ୍ୟେକ ଗତିବିଧି ଉପରେ ଚବିଶି ଘଣ୍ଟିଆ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରେଶ ପୂଜାରୀ ପୂର୍ବ ସରକାରଙ୍କ ଉପରେ ନିଶାନା ସାଧି କହିଛନ୍ତି ଯେ, ପୂର୍ବରୁ ଓଡ଼ିଶା ସରକାର କୋଟିଆରେ ପହଞ୍ଚି ପାରୁନଥିଲେ, ଯାହାର ସୁଯୋଗ ନେଇ ଆନ୍ଧ୍ର ସେଠାରେ ‘ମାଉସୀ’ ଭଳି ଅଭିନୟ କରୁଥିଲା। ମାତ୍ର ଏବେ ଓଡ଼ିଶାରେ ନୂଆ ସରକାର ଆସିବା ପରେ କୋଟିଆବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଓ ମୌଳିକ ଆବଶ୍ୟକତା ଯୋଗାଇ ଦିଆଯାଉଛି। ଏବେ ନିଜର ମା’ ପହଞ୍ଚି ଯାଇଛି, ତେଣୁ କୋଟିଆବାସୀଙ୍କୁ ଆଉ ମାଉସୀର ଆବଶ୍ୟକତା ନାହିଁ।” ଓଡ଼ିଶା ସରକାର କୋଟିଆର ସୁରକ୍ଷା ଓ ପ୍ରଗତି ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ସୀମାନ୍ତରେ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। Post navigation Dhenkanal Forest Dept Fraud: ୬୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍; ଢେଙ୍କାନାଳ DFO ଅଫିସ ବରିଷ୍ଠ କିରାଣିଙ୍କ ସମେତ ୩ ଗିରଫ Odisha Durga Puja: କୋଲକାତା ଅଘଟଣ ପରେ ଓଡ଼ିଶା ତତ୍ପର: ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଭିଡ଼ ନିୟନ୍ତ୍ରଣ ପାଇଁ ବଢ଼ିବ ସୁରକ୍ଷା ବଳ