ଦୀର୍ଘ ବର୍ଷ ପରେ ଓଡ଼ିଶାରେ ପୁନଃ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାର ୨ ପ୍ରମୁଖ ଦଳ ଶାସକ ଦଳ ବିଜେପି ଓ ବିଜେଡି ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଖୁବ କସରତ କରିଥିଲେ । ଅଧିକାଂଶ ସ୍ଥାନରେ ବିଜେପି ତାର ପତିଆରା ଜାହିର କରିଥିବା ବେଳେ କିଛି ସ୍ଥାନରେ ବିଜେଡି ତାର ପରାକାଷ୍ଠା ଦେଖାଇଥିଲା । ସଦ୍ୟ ସମାପ୍ତ ଛାତ୍ର ସଂସଦ ନିର୍ବାଚନରେ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଫଳତା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଶେଷକରି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡ଼ ତଥା ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ABVPର ଦବଦବା ବିଜେଡି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ହିଞ୍ଜିଳି ଓ ଦକ୍ଷିଣ ଓଡ଼ିଶାର ଫଳାଫଳ ବିଜେଡିର ଯୁବ ସମର୍ଥନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନବୀନଙ୍କ ନିଜ ଗଡ଼ରେ ବିଜେଡି ସଭାପତି ପ୍ରାର୍ଥୀଙ୍କ ପରାଜୟ ତାଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଛାତ୍ର ସଂସଦ ନିର୍ବାଚନର ଫଳାଫଳକୁ ସିଧାସଳଖ ସାଧାରଣ ନିର୍ବାଚନର ଜନମତ ବୋଲି ଧରିନେବା ଠିକ୍ ନ ହୋଇପାରେ । କିନ୍ତୁ ବିଜେଡି ବିଭିନ୍ନ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଉଥିବାରୁ ହିଞ୍ଜିଳିରେ ମଧ୍ୟ ଦଳର ପରାଜୟକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବାକୁ ପଡ଼ିବ । Post navigation CJP संस्थापक अभिजीत दीपके पुलिस हिरासत से रिहा, सशर्त जमानत मिली दिल्ली के अपोलो अस्पताल में भर्ती हुए लालकृष्ण आडवाणी, हालत स्थिर