ଝାଡ଼ଖଣ୍ଡ ରାଜ୍ୟ ସମବାୟ ବ୍ୟାଙ୍କ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର ଦିନ ଇଡି ଟିମ୍ ଓଡ଼ିଶା ଏବଂ ଝାଡ଼ଖଣ୍ଡର ମୋଟ ୭ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ଉ ଓ ତଲାସି ଅଭିଯାନ ଆରମ୍ଭ କରିଛି। ମନି ଲଣ୍ଡରିଂ ନିରୋଧୀ ଆଇନର ଧାରା ୧୭ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଝାଡ଼ଖଣ୍ଡ ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କର ସରାଇକେଲା ଶାଖାରେ ହୋଇଥିବା ଏକ ବଡ଼ ଧରଣର ଆର୍ଥିକ ଜାଲିଆତିକୁ ନେଇ ଇଡି ଏହି ତଦନ୍ତ କରୁଛି। ଏହି ବଡ଼ ଧରଣର ସ୍କାମ୍ରେ ବ୍ୟବସାୟୀ ସଞ୍ଜୟ କୁମାର ଡାଲମିଆ ଏବଂ ବ୍ୟାଙ୍କର ସେରାଇକେଲା ଶାଖାର ତତ୍କାଳୀନ ଅଧିକାରୀମାନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଆର୍ଥିକ କାରବାର, ଟଙ୍କା ହେରଫେରର ମାଧ୍ୟମ ଏବଂ ବିଭିନ୍ନ ବ୍ୟକ୍ତି ବା ସଂସ୍ଥାଙ୍କ ସହ ସମ୍ପର୍କର ପ୍ରମାଣ ସଂଗ୍ରହ କରିବା ପାଇଁ ଏହି ଚଢ଼ାଉ କରାଯାଇଛି। ହଡ଼ପ ହୋଇଥିବା ଟଙ୍କା କେଉଁ କେଉଁ ଆକାଉଣ୍ଟକୁ ପଠାଯାଇଛି ଏବଂ ଏଥିରୁ କିଏ କିଏ ଆର୍ଥିକ ଫାଇଦା ନେଇଛନ୍ତି, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। Post navigation Modi Deepotsav: ଶ୍ରୀମନ୍ଦିର ଓ ରାମ ମନ୍ଦିର ନିକଟରେ ପ୍ରଜ୍ଜ୍ବଳିତ ହେଲା ଆଶୀର୍ବାଦ ଦୀପ चुनाव आयोग का बड़ा फैसला, उपचुनाव से पहले तृणमूल कांग्रेस का नाम और चुनाव चिन्ह फ्रीज