ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ୫ଟି କୋମଳମତି ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ସାମଗ୍ରିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୨ ଜଣିଆ ବୈଷୟିକ ବିଶେଷଜ୍ଞ ଦଳ ହ୍ୟାଣ୍ଡ-ରିଅରିଂ ସେଣ୍ଟର ଗସ୍ତ କରି ସମୀକ୍ଷା କରିଛନ୍ତି। ମହୀଶୂର ଚିଡ଼ିଆଖାନର ୨ ବିଶେଷଜ୍ଞଙ୍କ ଦ୍ୱାରା ଓରାଂଓଟାନ୍ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଓୟୁଏଟି ଏବଂ କେନ୍ଦ୍ରୀୟ ବନ୍ୟପ୍ରାଣୀ ବିଶେଷଜ୍ଞ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି। ମଳ, ମୂତ୍ର ପରୀକ୍ଷା ସହ ଗତିବିଧି ପରଖିବେ ବିଶେଷଜ୍ଞ ଟିମ୍। ଏହି ଓରାଂଓଟାନ୍ଗୁଡ଼ିକୁ ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର କରାଯାଇ ନନ୍ଦନକାନନ ଆଣିବା ପରେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। Post navigation Low Quality Work in Key Infrastructure Projects: ନିଜ ନିର୍ବାଚନ ମଣ୍ଡଳୀରେ ନିମ୍ନମାନର କାମକୁ ନେଇ ବର୍ଷିଲେ ୩ ବିଜେପି ସାଂସଦ: ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି Heavy Rain Alert for Odisha: ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା