ନୂଆଖାଇର ପବିତ୍ର ଅବସରରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ କରି ଜିଲ୍ଲାବାସୀଙ୍କୁ ବହୁ ଉନ୍ନୟନମୂଳକ ପ୍ରକଳ୍ପର ଭେଟି ଦେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ସକାଳ ୧୦ ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ସମ୍ବଲପୁରର ଜମାଦାରପାଲି ଏୟାରଷ୍ଟ୍ରିପରେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ । ସଡ଼କପଥରେ ଯାଇ ସେ ପ୍ରଥମେ ନବନିର୍ମିତ ଡପଲର୍ ରାଡାର୍ କେନ୍ଦ୍ରର ଉଦ୍ଘାଟନ କରିବେ। ପୂର୍ବାହ୍ନ ୧୦ ଟା ୪୫ରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଗୃହରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରେ ସେ ଭର୍ଚୁଆଲ୍ ମାଧ୍ୟମରେ ଅନେକ ଆଞ୍ଚଳିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହାପରେ ସମ୍ବଲପୁର କାର୍ଯ୍ୟକ୍ରମ ସାରି ସେ ଜମାଦାରପାଲିରୁ ହେଲିକପ୍ଟର ଯୋଗେ କୁଚିଣ୍ଡା ଯିବେ। ସେଠାରେ ପଞ୍ଚାୟତରାଜ ମନ୍ତ୍ରୀ ତଥା କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକଙ୍କ ବାସଭବନରେ ଆୟୋଜିତ ଶୋକ ଓ ସ୍ମୃତିସଭାରେ ଯୋଗଦେବେ। କୁଚିଣ୍ଡା କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ପୁନର୍ବାର ଭୁବନେଶ୍ୱର ଫେରିଆସିବେ। Post navigation Fire-Safety Inspection Drive: ଓଡ଼ିଶାରେ ମାସବ୍ୟାପୀ ଅଗ୍ନିଶମ ସୁରକ୍ଷା ଯାଞ୍ଚ ଅଭିଯାନ ଆରମ୍ଭ Single-Use Plastic Ban in Puri: ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବନ୍ଦ ପାଇଁ ପୁରୀ ବେଳାଭୂମିରେ ସଚେତନତା ଅଭିଯାନ