ବିମାନ ସେବା ଯୋଗାଣକାରୀ ସଂସ୍ଥା ‘ଏୟାର ଇଣ୍ଡିଆ’କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ପକ୍ଷରୁ ସୋ-କଜ୍ ନୋଟିସ୍ ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅଭିଯୋଗରେ ମନ୍ତ୍ରଣାଳୟ ଏହି ପଦକ୍ଷେପ ଗ୍ରହଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରୁ ୩ ଜଣ ବିଦେଶୀ ନାଗରିକ ବିନା ଇମିଗ୍ରେସନ୍ ପ୍ରକ୍ରିୟାରେ ଯାତ୍ରା କରିଥିଲେ। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ଗାଫିଲତି ଓ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ର ମନ୍ତ୍ରଣାଳୟ ଏୟାର ଇଣ୍ଡିଆକୁ ଜବାବ ମାଗିବା ସହ କାରଣ ଦର୍ଶାଅ ନୋଟିସ୍ ପଠାଇଛି। Post navigation No charges on UPI transactions up to Rs 2,000: ୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ଏବଂ RuPay ନେଣଦେଣ ଶୁଳ୍କମୁକ୍ତ କଲେ କେନ୍ଦ୍ର ସରକାର