ଓଡ଼ିଶାର ପାରମ୍ପରିକ କଳା, ସଂସ୍କୃତି ଏବଂ ହସ୍ତଶିଳ୍ପକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦୁବାଇଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରୋଡକ୍ଟ’ ଗ୍ୟାଲେରୀର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି।

ଏହି ଗ୍ୟାଲେରୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ସାମଗ୍ରୀଗୁଡ଼ିକୁ ସ୍ଥାନିତ କରାଯାଇଛି। ବିଶେଷ କରି ସମ୍ବଲପୁରର ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ, କଟକର ରୂପା ତାରକସୀ, ଏବଂ ପୁରୀର ପ୍ରସିଦ୍ଧ ପଟ୍ଟଚିତ୍ର ସମେତ ଅନେକ ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଛି।

Leave a Reply

Your email address will not be published. Required fields are marked *