ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୫ଟି ବିରଳ ଓରାଙ୍ଗଉଟାନ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ଏକ ଜଙ୍ଗଲରୁ ଉଦ୍ଧାର ହେବା ପରେ ଏହି ବନ୍ୟପ୍ରାଣୀମାନଙ୍କୁ ନନ୍ଦନକାନନ ଅଣାଯାଇଛି। ଜଙ୍ଗଲ ମଧ୍ୟରେ ଏହି ବିରଳ ପ୍ରଜାତିର ଜୀବମାନଙ୍କୁ ଦେଖିବା ପରେ ବନ ବିଭାଗର କର୍ମଚାରୀମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବର୍ତ୍ତମାନ ସମସ୍ତ ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ କ୍ୱାରେଣ୍ଟାଇନ୍ ରଖାଯାଇଛି। ସେଠାରେ ପ୍ରାଣୀ ଚିକିତ୍ସକ ଦଳଙ୍କ ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହି ବିଦେଶୀ ପ୍ରଜାତିର ଓରଙ୍ଗଓଟାନ୍ମାନେ ଓଡ଼ିଶାର ଜଙ୍ଗଲକୁ କିପରି ଆସିଲେ, ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। Post navigation Basundhara Yojana: ରାଜ୍ୟରେ ବାସହୀନଙ୍କୁ ମିଳିବ ଜମି; ‘ବସୁନ୍ଧରା’ ଯୋଜନାର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ Bhubaneswar-Bangkok Direct Flights: ନଭେମ୍ବରରେ ପୁଣି ଆରମ୍ଭ ହେବ ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା