ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ (OMFED) ଏକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛି। ଓମ୍‌ଫେଡ୍‌କୁ କ୍ଷୀର ଯୋଗାଉଥିବା ଚାଷୀମାନଙ୍କୁ ଏବେ ଲିଟର ପିଛା ଅଧିକ ୨ ଟଙ୍କା ପ୍ରଦାନ କରାଯିବ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ଏହି ନୂଆ ଦର କାର୍ଯ୍ୟକାରୀ ହେବ। ଏହା ଦ୍ବାରା ରାଜ୍ୟର ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି।

ଗୋ-ପାଳନ ଖର୍ଚ୍ଚ ଓ ଗୋ-ଖାଦ୍ୟର ମୂଲ୍ୟ ବୃଦ୍ଧି ପାଉଥିବା ସମୟରେ ଓମ୍‌ଫେଡ୍‌ର ଏହି ନିଷ୍ପତ୍ତି ଦୁଗ୍ଧ ଚାଷୀଙ୍କ ପାଇଁ ବଡ଼ ଆଶ୍ୱାସନା ଆଣିଦେଇଛି। ଏହା ଦ୍ୱାରା ଗ୍ରାମାଞ୍ଚଳର ଚାଷୀମାନେ ଗୋ-ପାଳନ ପ୍ରତି ଆହୁରି ଆକୃଷ୍ଟ ହେବା ସହ ରାଜ୍ୟରେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇବ। ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି କରିବା ସହ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବ ।

 

 

Leave a Reply

Your email address will not be published. Required fields are marked *