ପୁରୀରେ ଶ୍ରୀରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଧ୍ୱଜାବାହକ ସାଧ୍ୱୀ ଋତମ୍ଭରାଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ଗସ୍ତ ସମୟରେ ବିଶିଷ୍ଟ ସାଧ୍ୱୀ ଋତମ୍ଭରାଙ୍କୁ ସାକ୍ଷାତ କରି ଭାଗବତ କଥାମୃତ ଶ୍ରବଣ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଏହି ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ନିଜକୁ ଆଶୀର୍ବଦ ପ୍ରାପ୍ତ ମନେ କରିବା ସହ ସନାତନ ସଂସ୍କୃତି ଓ ସମାଜ ପ୍ରତି ସାଧ୍ୱୀଙ୍କ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଶ୍ରୀରାମ ମନ୍ଦିର ଆନ୍ଦୋଳନର ଅଗ୍ରଣୀ ପ୍ରବକ୍ତା ଭାବେ ସନାତନ ଚେତନାର ଜାଗରଣ ଓ ଜାତୀୟ ଗୌରବ ପ୍ରତିଷ୍ଠା କ୍ଷେତ୍ରରେ ସାଧ୍ୱୀ ଋତମ୍ଭରାଙ୍କ ଅବଦାନ ଅତୁଲନୀୟ ।ସାଧ୍ୱୀ ଋତମ୍ଭରା କେବଳ ଆଧ୍ୟାତ୍ମିକତାର ଏକ ଦିଗଦର୍ଶକ ନୁହନ୍ତି, ବରଂ ମାନବସେବା ଓ ନିଜର ଆଦର୍ଶ ମାଧ୍ୟମରେ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଉ ମଧ୍ଯ କହିଛନ୍ତି ଆମର ସନାତନ ପରମ୍ପରା, ନୈତିକ ମୂଲ୍ୟବୋଧ ଏବଂ ସାଂସ୍କୃତିକ ଜାଗରଣ ହିଁ ‘ବିକଶିତ ଭାରତ’ ଓ ଏକ ସମୃଦ୍ଧ ଓଡ଼ିଶା ଗଠନର ପ୍ରକୃତ ଶକ୍ତି। ସାଧୁସନ୍ଥମାନଙ୍କ ଆଶୀର୍ବାଦ ଏବଂ ଆଧ୍ୟାତ୍ମିକ ମାର୍ଗଦର୍ଶନ ରାଜ୍ୟର ପ୍ରଗତି, ବିକାଶ ଓ କଲ୍ୟାଣକାରୀ ଯାତ୍ରାକୁ ଆହୁରି ଆଗେଇ ନେବାରେ ସହାୟକ ହେବ । Post navigation Student Elections in Odisha: ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ: ସୂର୍ଯ୍ୟବଂଶୀ ସୂରଜ Ishan Kishan’s Stunning Double Century in Duleep Trophy Final