ରାଜ୍ୟରେ ସମବାୟ କ୍ଷେତ୍ରର ପରିସରକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏକ ବିଶେଷ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ। ରାଜ୍ୟର ପ୍ରତ୍ୟେକ ପରିବାରରୁ ଜଣଙ୍କୁ ସମବାୟ ସଦସ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଅବସରରେ ‘ପାକ୍ସ’ ଏବଂ ‘ଲ୍ୟାମ୍ପ୍ସ’ର ଚାଷୀ ସଦସ୍ୟମାନଙ୍କୁ ସେମାନଙ୍କ ଲାଭାଂଶ ପ୍ରଦାନ କରାଯିବ। ୩ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ମଧ୍ୟରେ ମୋଟ ୧୪ କୋଟି ଟଙ୍କାର ଲାଭାଂଶ ବଣ୍ଟନ କରାଯିବା ପାଇଁ ଯୋଜନା କରାଯାଇଛି।

ଏଥି ସହିତ ସମବାୟ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏକାଧିକ ସେବା ଓ ଭିତ୍ତିଭୂମିର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ । ୨୧ ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର ଓ ୫୦ ଟି କୃଷି ସେବା କେନ୍ଦ୍ର, ୪୬ଟି ଫାର୍ମାସୀ କେନ୍ଦ୍ର ଏବଂ ୨୦୦ ଟି ଜନସେବା କେନ୍ଦ୍ର, ଉନ୍ନତ ଭିତ୍ତିଭୂମି ଥୁବା ୧୦୦ଟି ମଡେଲ ମଣ୍ଡି ସ୍ଥାପନ ଓ ୩ଟି ନୂତନ ଗୋଦାମଘରର ତିଆରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

 

 

Leave a Reply

Your email address will not be published. Required fields are marked *