କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ୫୨୦ ନମ୍ବର ଜାତୀୟ ରାଜପଥ ରୁଗୁଡ଼ି ଥାନା ଅନ୍ତର୍ଗତ ବାରବାଙ୍କ ଘାଟିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଲଗାଣ ବର୍ଷା ଯୋଗୁଁ ପାହାଡ଼ର ଗୋଟିଏ ପାର୍ଶ୍ୱ ଧସିଯାଇ ମାଟି, ପଥର ଓ ଅବଶେଷ ରାଜପଥ ଉପରକୁ ଚାଲିଆସିଛି। ଯାହା ଫଳରେ ଏହି ବ୍ୟସ୍ତବହୁଳ ରାଜପଥ ଦେଇ ନିୟମିତ ଭାବେ ବହୁ ସଂଖ୍ୟାରେ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ି ଯାତାୟାତ କରୁଥିବାରୁ ଏବେ ଗାଡ଼ି ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଘଟଣାକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରାସାହିରୁ ରାଜାମୁଣ୍ଡା ଆଡ଼କୁ ଯାତ୍ରା କରୁଥିବା ଗାଡ଼ି ଚାଳକ ଓ ଯାତ୍ରୀମାନଙ୍କୁ ବିଶେଷ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି।ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଓ କର୍ତ୍ତୃପକ୍ଷ ତୁରନ୍ତ ରାଜପଥରୁ ମାଟି-ଅବଶେଷ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। Post navigation Heavy Rain Alert in Odisha: ଓଡ଼ିଶାରେ ଆହୁରି ସପ୍ତାହେ ପ୍ରବଳ ବର୍ଷା ସମ୍ଭାବନା; ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ Odisha Launches Auto-Appeal System: ଓଡ଼ିଶାରେ ଲାଗୁ ହେଲା ‘ଆଟୋ ଅପିଲ୍ ସିଷ୍ଟମ୍’; ସେବାରେ ବିଳମ୍ବ ହେଲେ ଦଣ୍ଡ ଗଣିବେ ଅଫିସର