ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା ମହାନଦୀ ଜଳ ବିବାଦ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ଜଳ ଆୟୋଗ (CWC) ଦ୍ୱାରା ଏକ ବିଶେଷ ବୈଷୟିକ କମିଟି ଗଠନ କରାଯାଇ ଅନୁଧ୍ୟାନ ଓ ବିଶ୍ଲେଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହିତ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।

ସେ କହିଛନ୍ତି ଉଭୟ ରାଜ୍ୟ ଚାହିଦା ଓ ଆବଶ୍ୟକତା ନେଇ ତଥ୍ୟ ପ୍ରଦାନ କରାଯାଉଛି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ସହଯୋଗୀ ମନୋଭାବ ଯୋଗୁଁ ଏହି ବହୁଚର୍ଚ୍ଚିତ ଜଳ ବିବାଦର ସ୍ଥାୟୀ ସମାଧାନ ହେବାର ଆଶା ଉଜ୍ଜ୍ୱଳ ହୋଇଛି।

Leave a Reply

Your email address will not be published. Required fields are marked *