ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା ମହାନଦୀ ଜଳ ବିବାଦ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ଜଳ ଆୟୋଗ (CWC) ଦ୍ୱାରା ଏକ ବିଶେଷ ବୈଷୟିକ କମିଟି ଗଠନ କରାଯାଇ ଅନୁଧ୍ୟାନ ଓ ବିଶ୍ଲେଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହିତ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି ଉଭୟ ରାଜ୍ୟ ଚାହିଦା ଓ ଆବଶ୍ୟକତା ନେଇ ତଥ୍ୟ ପ୍ରଦାନ କରାଯାଉଛି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ସହଯୋଗୀ ମନୋଭାବ ଯୋଗୁଁ ଏହି ବହୁଚର୍ଚ୍ଚିତ ଜଳ ବିବାଦର ସ୍ଥାୟୀ ସମାଧାନ ହେବାର ଆଶା ଉଜ୍ଜ୍ୱଳ ହୋଇଛି। Post navigation Swami Laxmanananda’s Birth Centenary: ତାଳଚେରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ पैलेट गन पर बहस, राहुल गांधी का डीसीपी ऑफिस के बाहर विरोध प्रदर्शन; बीजेपी ने की निंदा