ମହାନଦୀ କିମ୍ବା ଅନ୍ୟ ନଦୀରେ ବନ୍ୟା ଆଶଙ୍କା ନଥିବା ଆଜି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି ରାଜ୍ୟରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ବନ୍ୟା ସ୍ଥିତିରେ କ୍ରମଶଃ ସୁଧରିବାରେ ଲାଗିଛି। ମୁଣ୍ଡଳୀରେ ଜଳପ୍ରବାହ କମିବା ପରେ ହୀରାକୁଦ ଜିଅର୍ରୁ ଜଳ ନିଷ୍କାସନ କରାଯାଇଛି। ସେ ଆଉ ମଧ୍ୟ କହିଛନ୍ତି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଥିଲା। ତେବେ ବନ୍ୟାଞ୍ଚଳରୁ ପ୍ରାୟ ଦୁଇ ତୃତୀୟାଂଶ ଅଞ୍ଚଳରୁ ପାଣି ବାହାରି ସାରିଛି। ଅନ୍ୟପକ୍ଷରେ ବୈତରଣୀ ନଦୀର ଆଖୁଆପଦା ଓ ଆନନ୍ଦପୁରରେ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ତଳେ ରହିଥିବା ବେଳେ ଆଉ ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ। ଶାଳନ୍ଦୀ ନଦୀର ରାଜଘାଟ ବ୍ରିଜ୍ରେ ଜଳସ୍ତର ହ୍ରାସ ପାଇବା ସହ ବନ୍ୟା ପ୍ରକୋପ କମିଛି ଏବଂ ଜଳକା ନଦୀ ମଥାନୀରେ ସ୍ଥିର ରହିଥିଲେ ମଧ୍ୟ ସେଠାରେ ଜଳ କମିବାକୁ ଆଉ କିଛି ସମୟ ଲାଗିବ। Post navigation Nasha Mukt Yuva Abhiyan: ଓଡ଼ିଶାରେ ଶୁଭାରମ୍ଭ ହେଲା ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ Odisha Floods: ରାଜ୍ୟରେ ବଢ଼ିଲା ଯୁକ୍ତ ୩ ନାମଲେଖା ସମୟସୀମା