ଆଜି ଲୋକସଭାରେ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପାହାଡ଼ ପ୍ରସଙ୍ଗ ଉଠାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପାଇକମାଳର ଏହି ପାହଡ ଉପରେ ସର୍ଭେ କରିବାକୁ ଦାବି ସହ ସେ କହିଛନ୍ତି ପାହାଡ଼ରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ ଅଛି । ଔଷଧୀୟ ବୃକ୍ଷ ବିଷୟରେ ଜାଣିବା ପାଇଁ ସର୍ଭେ ଆବଶ୍ୟକୀୟ । ଏହା ସହ ପାଇକମାଲ ଆୟୁର୍ବେଦ କଲେଜକୁ କେନ୍ଦ୍ର ଅଧୀନକୁ ନିଆଯାଉ ।

ସେ ଆଉ ମଧ୍ୟ କହିଛନ୍ତି ୨୦୦୯ରେ ଗନ୍ଧମାର୍ଦ୍ଧନ ପର୍ବତର ସର୍ଭେ କରିଥିଲା କେନ୍ଦ୍ର । ପର୍ବତରେ ୯୧୨ ପ୍ରକାରର ବନୌଷଧି ଗଛ ଥିବା ଜଣାପଡ଼ିଥିଲା । ସେଥିମଧ୍ୟରୁ ୩୪୪ ପ୍ରକାରର ଔଷଧୀୟ ବୃକ୍ଷ ଥିଲା । କିନ୍ତୁ ରାଜ୍ୟ ସରକାର ୨୧୨ ପ୍ରକାର ବୃକ୍ଷ ଥିବା ରିପୋର୍ଟ ଦେଇଥିଲେ ।

Leave a Reply

Your email address will not be published. Required fields are marked *