ପ୍ୟାରିସ ପାରାଅଲିମ୍ପିକ୍ସରେ ଗୋଟିଏ ଦିନରେ ଭାରତକୁ ୮ ପଦକ ମିଳିଛି । ପଞ୍ଚମ ଦିନରେ ପଦକ ବର୍ଷା ହୋଇଛି । ୨ଟି ସ୍ବର୍ଣ୍ଣ ସହ ଭାରତକୁ ୮ ପଦକ ମିଳିଛି । ବ୍ୟାଡମିଣ୍ଟନରେ ନୀତେଶ କୁମାର ଓ ଜାଭେଲିନରେ ସୁମିତ ଅନ୍ତିଲଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲସରେ ୟାଥିରାଜ ରୌପ୍ୟ ପଦକ ହାସଲ କରିଛନ୍ତି। ଦିନର ଶେଷ ପଦକ ଜିତିଛନ୍ତି ସଟଲର୍ ନିତ୍ୟା ଶିବନ। ଇଣ୍ଡୋନେସିଆ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ବ୍ରୋଞ୍ଜ ଜିତିଛନ୍ତି ନିତ୍ୟା। ନିତ୍ୟାଙ୍କ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି । Post navigation କୋଲକାତା ଲଜ୍ଜା; ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ ବିଜେପିରେ ମିଶିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସମେତ କାଉନସିଲର