ପାରାଦୀପ ପୋର୍ଟରୁ ଧରାପଡ଼ିଲେ ୭୮ ଜଣ ବାଂଲାଦେଶୀ । ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି । ପାରାଦ୍ଵୀପ ଉପକୂଳ ଭାରତୀୟ ଜଳସୀମା ମଧ୍ୟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଆଜି ଦୁଇଟି ବଡ଼ ବୋଟ୍ କୁ ଜବତ୍ କରିଛି ତଟରକ୍ଷୀ ବାହିନୀ। ଦୁଇଟି ବୋଟ୍‌ରେ‌ ୭୮ ଜଣ ବାଂଲାଦେଶୀ ଥିବା ଜଣାପଡ଼ିଛି। ତଟରକ୍ଷୀ ବାହିନୀ ସମସ୍ତ ବାଂଲାଦେଶୀଙ୍କୁ ଅଟକ ରଖିଛନ୍ତି। ଅଟକ ରହିଥିବା ଦୁଇଟି ବୋଟ୍ ହେଲା ଏଫଭି ଲୈଲା ଓ ଏଫଭି ମେଘନା।

ସୂଚନଯୋଗ୍ୟ; ଆଜି ଦୁଇଟି ଟ୍ରଲର ବିନା ଅନୁମତିରେ ଭାରତୀୟ ଜଳ ସୀମାରେ ପଶି ମାଛ ମାରୁଥିଲେ। ସେମାନେ ଭାରତୀୟ ଜଳ ସୀମାରେ ପ୍ରବେଶ କରି ଭାରତ ଆଡ଼କୁ ଆସୁଥିବା ବେଳେ କୋଷ୍ଟଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେମାନେ ଖସିଯିବାକୁ ଚେଷ୍ଟା କରିଥିଲେ । ଦୁଇଟି ବୋଟ୍ ସମେତ ସମସ୍ତ ବାଙ୍ଗଲାଦେଶୀ ଙ୍କୁ ଅଟକ ରଖି ପାରାଦ୍ଵୀପ ଆଣିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ୧୬୦ ଟନ୍ ମାଛ ଜବତ ହୋଇଛି । ଏହା ସହ ବାଂଲାଦେଶୀ ଧୀବରଙ୍କର ପ୍ରଥମିକ ଚିକିତ୍ସା କରାଯାଇଛି ଏବଂ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି।

ଅନ୍ୟପଟେ ଏମାନେ କେମିତି ଭାରତୀୟ ଜଳ ସୀମା ମଧ୍ୟକୁ ପସିଲେ କୋଷ୍ଟ ଗାର୍ଡ ତାହାର ତଦନ୍ତ କରୁଛି ।ସେମାନଙ୍କୁ ସାମୁଦ୍ରିକ ଥାନା ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *