ଭୁବନେଶ୍ୱର : ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍ ।

ଏହା ସହ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ଓ ରାଜ୍ୟର ମହାନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶ ପାଇଁ ସହିଦ ଯବାନମାନଙ୍କୁ ସମ୍ମାନ ଜଣାଇଛନ୍ତି । କହିଛନ୍ତି ଯେ, ‘ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷ ବୋଷଙ୍କ ଦେଶ । ମାଆମାନେ କେବଳ ପରିବାର ନୁହେଁ, ଆମ ସମାଜର ଶକ୍ତି । ମିଶନ ଶକ୍ତି ୭୦ ଲକ୍ଷ ମାଆଙ୍କୁ ବିକାଶର ଭାଗୀଦାର କରିଛି । ସମସ୍ତଙ୍କ ସହଯୋଗରେ ଆମେ ନୂଆ ଓଡ଼ିଶା ଗଢ଼ିବା । ଆମ ଓଡ଼ିଶା ହେବ ଶ୍ରେଷ୍ଠ ଓଡ଼ିଶା, ସଶକ୍ତ ଓଡ଼ିଶା ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସବୁ ଜୀବନ ମୂଲ୍ୟବାନ, ସେଥିପାଇଁ BSKY ନବୀନ କାର୍ଡ । ଗରିବୀ କମ କରିବାରେ ଓଡ଼ିଶା ଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ । ୯ ବର୍ଷରେ କୋଟିଏରୁ ଅଧିକ ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି । ମୋ ସରକାର ଗାଁକୁ ବିକାଶର କେନ୍ଦ୍ର କରିଛି । ଓଡ଼ିଶାର ବିକାଶ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଜଗନ୍ନାଥଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହୋଇଛି । ଆମର କୀର୍ତ୍ତି ହେଉଛି ଆମ ସ୍ବାଭିମାନ ଓ ଅସ୍ମିତାର ପରିଚୟ । ସତ୍ୟ, ଶାନ୍ତି, ଅହିଂସା, ନ୍ୟାୟ, ସମତା ଓ ବିକାଶ ରାସ୍ତାରେ ଚାଲୁଛୁ । ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି । ଓଡ଼ିଶା ରୂପାନ୍ତର ପଥରେ ଆଗେଇ ଚାଲିଛି ।’

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *