ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ମତଦାନର ସଂଖ୍ୟା ଆଜି ଦିନ ୧୧ଟା ସୁଦ୍ଧା ହୋଇଛି ୭୦.୯୯ ପ୍ରତିଶତ ।

ଭାରତ ନିର୍ବାଚନ ଆୟଗର ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ମତଦାନ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ୬୨ ପ୍ରତିଶତ ଓ କଟକରେ ୬୭.୩୬ ପ୍ରତିଶତ ଭୋଟ ହୋଇଥିବା ବେଳେ ଢେଙ୍କାନାଳରେ ୭୩.୬ ପ୍ରତିଶତ , କେଉଁଝରରେ ୭୩.୩୦ ପ୍ରତିଶତ , ପୁରୀରେ ୭୩.୮୧ ପ୍ରତିଶତ ଓ ସମ୍ବଲପୁରରେ ୭୬.୬୯ ପ୍ରତିଶତ ହୋଇଛି ମତଦାନ ।

ସେହିପରି ନିର୍ବାଚନରେ ଏପର୍ଯ୍ୟନ୍ତ ସର୍ବାଧିକ ମତଦାନ କୁଚିଣ୍ଡାରେ ୮୧.୩୮ ପ୍ରତିଶତ , ଅଟ୍ଟାଳିକାରେ ୮୫.୪୨ ପ୍ରତିଶତ , ଛେଣ୍ଡିପଦା ୮୩.୨୭ ପ୍ରତିଶତ ,ପାଳଲହଡ଼ାରେ ୮୨.୧୪ ପ୍ରତିଶତ ଓ ଖଣ୍ଡପଡ଼ାରେ ୭୯.୮୦ ପ୍ରତିଶତ ମତଦାନ ହୋଇଛି ।

ସେହିଭଳି ୫ ଟି ସ୍ଥାନରେ ସର୍ବନିମ୍ନ ମତଦାନ ହୋଇଛି । ସେ ସବୁ ସ୍ଥାନ ହେଉଛି ଭୁବନେଶ୍ଵର ଉତ୍ତରରେ ୫୧ ପ୍ରତିଶତ, ଭୁବନେଶ୍ଵର ମଧ୍ୟରେ ୫୧.୧୯ ପ୍ରତିଶତ, ବାରବାଟି କଟକରେ ୫୫.୧୭ ପ୍ରତିଶତ, ଚୌଦ୍ଵାର କଟକ ରେ ୫୬.୪୬ ପ୍ରତିଶତ ଏକାମ୍ର ଭୁବନେଶ୍ୱରରେ ୫୫.୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ।

Leave a Reply

Your email address will not be published. Required fields are marked *