ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ମତଦାନର ସଂଖ୍ୟା ବଢ଼ିବାରେ ବଢ଼ିବାରେ ଲାଗିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ ସରିଥିବା ବେଳେ ରାତି ୯ଟା ସୁଦ୍ଧା ୬୦.୦୭ ପ୍ରତିଶତ ଭୋଟିଂ ଗଣନା ହୋଇଛି।

ଏବେ ପର୍ଯ୍ୟନ୍ତ ସର୍ବାଧିକ କୁଚିଣ୍ଡାରେ  ୭୯.୨୪ ପ୍ରତିଶତ ମତଦାନ ଗଣନା ହୋଇଥିବା ସମୟରେ ରେଙ୍ଗାଲିରେ  ୭୪.୯୩ ପ୍ରତିଶତ ଓ ପାଳଲହଡ଼ାରେ ୭୩.୮୬ ପ୍ରତିଶତ ହୋଇଛି।

ଅନ୍ୟପଟେ ସବୁଠୁ କମ୍ ମତଦାନ ଗଣନାରେ ବାରବାଟି କଟକରେ ୪୨.୧୦ ପ୍ରତିଶତ ହୋଇଥିବା ବେଳେ ଚୌଦ୍ଵାର କଟକ ରେ ୪୨.୯୦ ପ୍ରତିଶତ , ଭୁବନେଶ୍ଵର ମଧ୍ୟରେ ୪୪.୧୨ ପ୍ରତିଶତ ଓ ଭୁବନେଶ୍ଵର ଉତ୍ତରରେ ୪୫ ପ୍ରତିଶତ ହୋଇଛି ।

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ୫୩.୫୪% ଓ କଟକରେ ୫୪.୩୬% ପ୍ରତିଶତ ଭୋଟ ହୋଇଛି । ସେହିପରି ଢେଙ୍କାନାଳରେ ୬୦.୮୮ ପ୍ରତିଶତ , କେଉଁଝରରେ ୬୨.୪୩ ପ୍ରତିଶତ , ପୁରୀରେ ୬୧.୧୭ ପ୍ରତିଶତ ଓ ସମ୍ବଲପୁରରେ ୬୮.୮୭ ପ୍ରତିଶତ ହୋଇଛି ମତଦାନ ।ନିର୍ବାଚନ ଆୟୋଗର ତଥ୍ୟ ଅନୁସାରେ ମତଦାନ ସଂଖ୍ୟା ବହୁ ମାତ୍ରାରେ ବଢିପାରେ ।

Leave a Reply

Your email address will not be published. Required fields are marked *