ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା । ଚୋରିରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ୬ ଜଣଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ସେବାୟତ ଓ ୨ ଜଣ ରାତ୍ର ଜଗୁଆଳୀ । ଗିରଫ ସମସ୍ତ ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । । ଗିରଫ ଅଭିଯୁକ୍ତ ମାନେ ହେଲେ ରାତ୍ର ଜଗୁଆଳୀ କାଳିଆ ଦାସ, ବଳିଆ ନାୟକ ଏବଂ ସେବାୟତ ଅମୂଲ୍ୟ ରଣା, ବିକାଶ ରଣା, ଗୈାତମ ରଣା ଓ ରବୀନ କୁମାର ରଣା । ଅଭିଯୁକ୍ତଙ୍କ ଠାରୁ ୩୯ ହଜାର ଟଙ୍କା, କଟର ମେସିନ, ଇଲେକଟ୍ରିକ ତାର, ତିନୋଟି ମୋଟର ସାଇକେଲ, ତିନୋଟି ମୋବାଇଲ ଜବତ କରିଛି ପୋଲିସ । ଚୋରି ହୋଇଥିବା ଦୁଇଟି ରୂପା ମୁଖା ଓ ଗୋଟିଏ ରୂପା ଛତ୍ରୀର ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ଗତ ୬ ତାରିଖରେ ମାଁ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଥିଲା । ମନ୍ଦିରର ମୁଖ୍ୟ ଗେଟ୍ର କବାଟକୁ କେହି ଦୁର୍ବୃତ୍ତ ପଶି ତାଲା କାଟି ମନ୍ଦିର ଭିତରେ ପଶି ଚୋରି କରିଛନ୍ତି । ମା’ଙ୍କ ରୂପାର କୀରଟି, ମୁଖା, ଛତ୍ରୀ ଚୋରାଇ ନେବା ସହ ହୁଣ୍ଡିକୁ ଭାଙ୍ଗି ସେଥି ମଧ୍ୟରେ ଥିବା ଭକ୍ତଙ୍କ ଲକ୍ଷାଧିକ ଦାନ ଟଙ୍କାକୁ ଲୁଟି ନେଇଥିଲେ । Post navigation ନବୀନଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ସମୂହକୁ ଆଗକୁ ନେବା ପରିବର୍ଭେ ନକରାତ୍ମକ ମନ୍ତବ୍ୟରୁ ମୋହନ ସରକାର କ୍ଷାନ୍ତ ରୁହନ୍ତୁ: ବିଜେଡି ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ