5th-accused-arrested--on-bmc-additional-commissioner attack-case
ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିବା ଘଟଣାରେ ଗତକାଲି ପୋଲିସ ତିନି ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଆଉ ଦୁଇଜଣଙ୍କୁ ଗିରଫ କରିଛି ।
 
ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗତକାଲି ପୋଲିସ ଗିରଫ କରିଥିଲା । ବିଏମସି ଆଟାକ୍ ଘଟଣାରେ ଚତୁର୍ଥ ଅଭିଯୁକ୍ତ ସଞ୍ଜୀବ ମିଶ୍ର ଏବଂ ପଞ୍ଚମ ଅଭିଯୁକ୍ତ ସଚ୍ଚିକାନ୍ତ ସ୍ୱାଇଁ କୁ ଆଜି ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।
 
ବିଏମସି ହିଂସାକାଣ୍ଡ ସମ୍ପୃକ୍ତିରେ ବିଜେପି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଏହି ପାଞ୍ଚ ଜଣଙ୍କୁ ନିଲମ୍ବିତ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *