5-workers-killed-in-stone-quarry-blast-in-dhenkanal
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏକ ରୋଡ଼ ମେଟାଲ ମାଇନ୍ସରେ ବିସ୍ଫୋରଣ ଘଟି ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୋଟଙ୍ଗା ଥାନା ସୀମା ଅନ୍ତର୍ଗତ ନିମିଧିଆରେ ଏକ ବେଆଇନ ରୋଡ଼ ମେଟାଲ ଖଣିରେ ଏହି ଘଟଣା ଘଟିଛି ।
 
ପ୍ରାଥମିକ ସୂଚନା ଅନୁଯାୟୀ, ପଥର ଖଣି କାର୍ଯ୍ୟ ସମୟରେ ଖନନ ପାଇଁ ବ୍ଲାଷ୍ଟିଂ ଚାଲିଥିବା ସମୟରେ ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ଘଟଣାସ୍ଥଳରେ ପାଞ୍ଚ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।
 
ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ବିସ୍ଫୋରଣର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଖଣିକୁ ପୂର୍ବରୁ ପ୍ରଶାସନ ବନ୍ଦ କରିଥିଲା । ତେବେ ମାଟି ଅତଡ଼ା ଭିତରେ ଆଉ କେତେ ଶ୍ରମିକ ଫସି ରହିଛନ୍ତି ନ ନାହିଁ ଏବେ ଯାଏଁ ତାହା ଅସ୍ପସ୍ଟ ଅଛି ।

By Nirvay

Leave a Reply

Your email address will not be published. Required fields are marked *