ସାମ୍ନାକୁ ଆସିଲା ରାଜ୍ୟରେ ମହିଳା ଓ ଶିଶୁ ନିଖୋଜର ଉଦ୍ବେଗଜନକ ଚିତ୍ର । ଆଜି ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ପୁର୍ବ ସରକାରଥିବା ବେଳେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଶିଶୁ ନିଖୋଜ ଅଛନ୍ତି । ଗତ ୪ ବର୍ଷରେ ୩୬ ହଜାର ୪୨୦ ମହିଳା ନିଖୋଜ ଥିବା ବେଳେ ୮ ହଜାର ୪୦୩ ଜଣ ଶିଶୁ ମଧ୍ୟ ନିଖୋଜ ଅଛନ୍ତି । ଏହା ସହଦଲାଲଙ୍କ ଦ୍ୱାରା ଅନ୍ୟ ରାଜ୍ୟକୁ ମୋଟ ୪୨୧ ମହିଳା/ବାଳିକା ଚାଲାଣ ହୋଇଛନ୍ତି । ତେବେ ୪୫୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ ୧୪୧୭ ଜଣ ମହିଳା ଏବଂ ୧୮୫୭ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଗତ ୪ ବର୍ଷରେ ମୋଟ ୭୪୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । Post navigation ରାଜ୍ୟରେ ଖାଲିପଡ଼ିଛି ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ ଛାତ୍ରୀ ଆତ୍ମହତ୍ୟା: ନେପାଳୀ ଛାତ୍ରଛାତ୍ରୀଙ୍କୁ ତଡି଼ଲା କିଟ୍; ଅଭିଯୁକ୍ତ ଛାତ୍ର ଗିରଫ