ନେପାଳରେ ଭୟଙ୍କର ବନ୍ୟାରେ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ଆଉ ଜଣେ ଓଡ଼ିଆ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ସରକାରୀ ରିପୋର୍ଟ ଅନୁସାରେ, ବାରିପଦାର ବାସିନ୍ଦା କୁଲସୁମ ନିଗାର ନେପାଳର ପୋଖରାରେ ଫସି ରହି ନିଖୋଜ ଅଛନ୍ତି। ଏହାକୁ ମିଶାଇ ନେପାଳରେ ନିଖୋଜ ଥିବା ଓଡ଼ିଆଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଖୋର୍ଦ୍ଧା ଏକ ଦମ୍ପତି ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ ସାହୁ ନିଖୋଜ ରହିଛନ୍ତି । କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ସହିତ ଓଡ଼ିଶା ସରକାର ନିରନ୍ତର ଯୋଗାଯୋଗରେ ରହିଛନ୍ତି । ଅନ୍ୟପଟେ ନେପାଳରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ‘ଓଡ଼ିଶା ପରିବାର’ ପକ୍ଷରୁ ସ୍ୱତନ୍ତ୍ର ଜରୁରୀକାଳୀନ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା:- ୦୧୧-୨୩୦୧୯୮୦୨, ୭୪୨୮୧୩୫୦୪୪, ୮୪୨୨୫୮୦୨୫୪ । ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇ ନୋଡାଲ୍ ଅଫିସର ପ୍ରୀତିଶ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଏଜେନ୍ସି ଓ ନେପାଳ ପ୍ରଶାସନ ସହ ସମନ୍ୱୟ ରଖି ନିଖୋଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସମସ୍ତ ଉଦ୍ୟମ ଜାରି ରହିଛି। Post navigation HC issues Show-Cause Notice to Former DGP YB Khurania: ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ