ଓଡ଼ିଶା ହାଇକୋର୍ଟ ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ୱେ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ ନ କରିବାରୁ କୋର୍ଟ ଏହି ନୋଟିସ ଜାରି କରିଛନ୍ତି। ମାମଲା ପରିଚାଳନା ସମୟରେ କୋର୍ଟରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏହି ଅବମାନନା ଓ ବିଭ୍ରାନ୍ତିକର ସତ୍ୟପାଠ ଦାଖଲ ସମ୍ପର୍କରେ ଉତ୍ତର ରଖିବା ପାଇଁ ହାଇକୋର୍ଟ ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। Post navigation Prakash Paswan Arrested In Bihar: ରାଉରକେଲା ସର୍କିଟ୍ ହାଉସ୍ ମାମଲା: ବିହାରରୁ ପ୍ରକାଶ ପାଶ୍ୱାନ ଗିରଫ