ଗୋଟିଏ ବର୍ଷରେ ୨୬୩ଟି ପଡ଼ା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା । ଆଗକୁ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ ହେବା ନେଇ ବିଚାରଧୀନ ରହିଛି ଯାହା ଆସନ୍ତା ଏପ୍ରିଲ ସୁଦ୍ଧା ଚୂଡ଼ାନ୍ତ ହେବ । ଏନେଇ ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନର ଆଜି ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି ଏଥିପାଇଁ ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି । ଯେଉଁଥିପାଇଁ କାମ ୬ ରୁ ୭ ଦିନରେ ଶେଷ ହେବ । ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯେଉଁଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳି ପାରିବ ।  ରାଜସ୍ୱ ଗାଁରେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳିପାରିବ । ଏଥିସହିତ ଯେଉଁ ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହେବା ଦରକାର, ସେନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *