ଅନୁସୂଚିତ ଜନଜାତି ହଷ୍ଟେଲରେ ବଢ଼ିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ଏହି ସଂଖ୍ୟା ଗତ ଆଠ ମାସରେ ୨୬ ରେ ପହଁଚିଛି । ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମୃତ ୨୬ ଜଣଙ୍କ ମଧ୍ୟରୁ ୬ ଜଣ ଆତ୍ମହତ୍ୟା କରି ଓ ୨୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କୋରାପୁଟ ଓ ମାଲକାନଗିରିରେ ୩ ଜଣ ଲେଖାଏଁ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଛନ୍ତି । Post navigation ଥାନା ଉତ୍ପୀଡ଼ନର ନିଜେ ଭୁକ୍ତଭୋଗୀ କହିଲେ ମୋହନ ମାଝୀ ଅନୁଭବ ମହାନ୍ତି ଓ ଜାଗୃତିଙ୍କର ସରିଲା ନିର୍ବନ୍ଧ