ରାଜ୍ୟରେ ଗତ ୩ ବର୍ଷରେ ୨୩ ହଜାର ୧୩୦ ଜଣ ନବଜାତଙ୍କ ମୃତ୍ୟୁ । ଗୃହରେ ଚିନ୍ତାଜନକ ତଥ୍ୟ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଜି ବିଧାନସଭା ଗୃହରେ କାଡ୍ରାକା ଆପାଲା ସ୍ବାମି ପଚାରିଥିବା ପ୍ରଶ୍ନ ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ କେତେଜଣ ଗର୍ଭ ଧାରଣ କରିଛନ୍ତି, ସେମଧ୍ୟରୁ କେତେ ଜଣ ଗର୍ଭବତୀ ଚିକିତ୍ସାଳୟରେ ପ୍ରସବ ହୋଇଛନ୍ତି, କେତେ ଜଣ ଘରେ ପ୍ରସବ କରିଛନ୍ତି ଓ କେତେ ଜଣ ଗର୍ଭବତୀଙ୍କୁ ପ୍ରସବ ପାଇଁ ନିଜ ଜିଲ୍ଲାରୁ ବାହାରକୁ ପଠାଯାଇଛି । ଏହା ସହ କେତେ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି, କେତେ ଜଣ ଶିଶୁ ମାଁ ଗର୍ଭରେ ମୃତ୍ୟୁ ଘଟିଛି, କେତେଜଣ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି ?

ଏହାର ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ୧୯,୩୪,୪୧୨ ଜଣ ଗର୍ଭ ଧାରଣ କରିଛନ୍ତି। ସେମଧ୍ୟରୁ ୧୭,୬୦,୫୭୭ ଜଣ ଗର୍ଭବତୀ ଚିକିତ୍ସାଳୟରେ ପ୍ରସବ ହୋଇଛନ୍ତି । ୧୪,୪୨୪ ଜଣ ଘରେ ପ୍ରସବ କରିଛନ୍ତି । ସେହିପରି ୨୩,୧୩୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪,୨୮୪ ଜଣ ଶିଶୁ ମା ଗର୍ଭରେ ମୃତ୍ୟୁ ଘଟିଛି ଏବଂ ୨,୦୬୪ ଜଣ ଗର୍ଭବତୀଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *