ଗୁଜରାଟରେ ଭୟଙ୍କର ‘ଚାନ୍ଦିପୁରା ଭାଇରସ’ (Chandipura Virus) ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ ସଂକ୍ରମଣ ଯୋଗୁଁ ଗୁଜରାଟରେ ଏପର୍ଯ୍ୟନ୍ତ ୨୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଶିଶୁ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ଏବଂ ୬ ଜଣ ହୋଇଛନ୍ତି ଡିସଚାର୍ଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗୁଜରାଟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ପାନସେରିଆ।  ସେ କହିଛନ୍ତି ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଚିକିତ୍ସା ନାହିଁ । ଡାକ୍ତରମାନେ ଲକ୍ଷଣ ଅନୁସାରେ ଚିକିତ୍ସା କରୁଛନ୍ତି ।

Leave a Reply

Your email address will not be published. Required fields are marked *