ଆଜି ବିଧାନସଭା ଗୃହରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନ ଓଡିଶାର କେତେଜଣ ସାଂସଦ ଓ ପୂର୍ବତନ ସାଂସଦ ତଥା ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ବିରୁଦ୍ଧରେ କେତେ ସଂଖ୍ୟାରେ ଫୌଜଦାରୀ ମାମଲା ରହିଛି ଏବଂ ଏହା କେଉଁ କେଉଁ ପର୍ଯ୍ୟାୟରେ ଅଛି ଏହି ମାମଲାମାନଙ୍କ ମଧ୍ଯରୁ ସଂପୂର୍ଣ୍ଣ ରାଜନୈତିକ ମାମଲା କେତେ ଏବଂ ଏହାର ତ୍ବରିତ୍ ଫଇସଲା ହେବା ସଂମ୍ପର୍କରେ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ?

ଏହାର ଉତ୍ତର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା ରହିଛି । ଏଥିସହ ୩୯ଟି ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି ।  ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ନାଁରେ ୧୧୫ ମାମଲା । ଏଥିସହ ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ।  ସଂପୃକ୍ତ ମାମଲାରୁ ୩୮୪ ବିଚାରାଧୀନ, ୧୪ ବିଚାର ଶେଷ । ହୋଇଛି । ଏ ସମ୍ପର୍କିତ ୪୩ଟି ମାମଲାର ତଦନ୍ତ ଏବେ ବି ଚାଲିଛି  । ଏହି ସମସ୍ତ ମାମଲାରୁ ୧୯୮ଟି ରାଜନୈତିକ ମାମଲା ।

Leave a Reply

Your email address will not be published. Required fields are marked *