ଗଞ୍ଜାମ ଜିଲାରେ ନିର୍ବାଚନୀ ହିଂସା ବୃଦ୍ଧିକୁ ଦୃଷ୍ଟିରେ ରଖି ମେ’ ୨୦ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିର୍ଦେଶ ଦେଇଛନ୍ତି । ଏହି କେନ୍ଦ୍ରୀୟ ଫୋର୍ସ ଯବାନମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବୁଥରେ ମୁତୟନ ହେବେ । ସେମାନଙ୍କୁ ରିଜର୍ଭ ଫୋର୍ସ କିମ୍ବା ଷ୍ଟ୍ରାଇକିଂ ଫୋର୍ସ ଭାବେ ନିୟୋଜିତ ନକରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଗଞ୍ଜାମରେ ରାଜନୀତିକ ହିଂସା ବୃଦ୍ଧି ପାଇବା ପରେ ଆସନ୍ତା ୨୦ତାରିଖରେ ହେବାକୁ ଥିବା ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ନିର୍ବାଚନ ପାଇଁ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମ ଜିଲାରେ ୨୦ କମ୍ପାନୀ ସିଏପିଏଫ ମୁତୟନ ପାଇଁ ଅନୁମୋଦନ କରିଛନ୍ତି। ଆସନ୍ତ ମେ’ ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲାର ୮ଟି ବିଧାନଭା ନିର୍ବାଚନ ମଣ୍ଡଳୀରେ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପରିଚାଳନା ପାଇଁ ଏହି ୨୦ କମ୍ପାନୀ ସିଏପିଏଫ ନିୟୋଜିତ ହୋଇଛନ୍ତି। ଉକ୍ତ କମ୍ପାନୀ ସିଏପିଏଫକୁ ରିଜର୍ଭ ଫୋର୍ସ କିମ୍ବା ଷ୍ଟ୍ରାଇକିଂ ଫୋର୍ସ ରୂପେ ନିୟୋଜିତ ନ କରି ବିଭିନ୍ନ ବୁଥରେ ମୁତୟନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ ଭାବରେ ଜିଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *