ବହୁ ଚର୍ଚ୍ଚିତ ବାଲେଶ୍ୱର ଏଫଏମ କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ ହୋଇଥିବା ଜଣାପଡିଛି। ଗିରଫ ୨ ଜଣ ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର ସମ୍ୱିତ ନାୟକ। ଗିରଫ ଜ୍ୟୋତି ପ୍ରକାଶ ଯିଏ ପୀଡ଼ିତାଙ୍କ ଦେହରୁ ନିଆଁ ଲିଭାଇବାକୁ ପ୍ରୟାସ କରି ଆହତ ହୋଇ ଚିକିତ୍ସା ହେଉଥିଲେ । ତଦନ୍ତରୁ ଦୁହେଁ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଜଣା ପଡିବା ପରେ ଗିରଫ କଲା କ୍ରାଇମବ୍ରାଞ୍ଚ। ଶୁଭ୍ରସମ୍ବିତ ABVPର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି। ଗିରଫ ପରେ ୨ ଜଣଙ୍କୁ ସିଦା କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ। ୨ ଅଭିଯୁକ୍ତ ଏବେ ୧୫ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ। ସୂଚନା ଯୋଗ୍ୟ; ବାଲେଶ୍ୱର ଏଫଏମ କଲେଜରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଛାତ୍ରୀ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ୩ ଦିନର ଜୀବନ ମରଣ ସଂଘର୍ଷ ପରେ ହେଇଯାଇଥିଲା ଛାତ୍ରୀ। Post navigation ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା : ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ