୧୫ ମାସରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୧୯୯ ସରକାରୀ ବାବୁ । ଏ ନେଇ ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନ ୨୦୨୪ ଜୁନ ମାସରୁ ଏଯାବତ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚନେବା ଅଭିଯୋଗରେ କେତୋଟି ମାମଲା ରୁଜୁ କରିଛି ଏବଂ କେତେ ପରିମାଣର ଆୟବର୍ହିଭୂତ ସମ୍ପତ୍ତି ଆକଳନ କରିବା ସହ ଜବତ କରିଛି। ଏ ସଂକ୍ରାନ୍ତରେ କେଉଁମାନଙ୍କ ବିରୁଦ୍ଧରେ କେବେ ମାମଲା ରୁଜୁ ହୋଇଛି ଏବଂ କେଉଁମାନଙ୍କୁ ଗିରଫ କରି ଜେଲ ପଠାଯାଇଛି ଓ ରାଜ୍ୟରେ ଏବେ କେତେ ସଂଖ୍ୟକ ଦୁର୍ନୀତି ନିବାରଣ ମାମଲା ଆଇନ ଅଦାଲତରେ ଓ ଭିଜିଲାନ୍ସ ପୁଲିସ ନିକଟରେ ପଡ଼ିରହିଛି। ଗତ ୫ ବର୍ଷ ମଧ୍ୟରେ କେଉଁବର୍ଷ କେତୋଟି ଭିଜିଲାନ୍ସ ମାମଲା ଫଇସଲା ହୋଇଛି ଓ ଏଥିରୁ କେତେ ସଂଖ୍ୟକ ମାମଲାରେ ଅଭିଯୋଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ?

ଏହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଗତ ୧୫ ମାସ ମଧ୍ୟରେ ୧୯୯ ଜଣ ସରକାରୀ ବାବୁ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଜାଲରେ ପଡ଼ିଛନ୍ତି । ସେଥିମଧ୍ୟରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭୭ଟି ମାମଲା ଏବଂ ଲାଞ୍ଚ ନେବା ଅଭିଯୋଗରେ ୧୨୨ଟି ମାମଲା ଭିଜିଲାନ୍ସ ରୁଜୁ କରିଛି । ସେହିପରି ଆୟବର୍ହିଭୁତ ସମ୍ପତ୍ତି ଠୁଳରେ ମୋଟ ୨୦୨.୫୮ କୋଟି ଟଙ୍କା ଜବତି ସହିତ ଲାଞ୍ଚନେବା ଅଭିଯୋଗରେ ମୋଟ୍ ୩୩,୬୩,୫୦୦ ଟଙ୍କା ଜବତି କରାଯାଇଛି ।

ସେହିପରି ଗତ ୫ ବର୍ଷ ମଧ୍ୟରେ ୩,୬୬୧ଟି ଦୁର୍ନୀତି ମାମଲା ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି । ଏତଦ୍ ବ୍ୟତୀତ ୭୨୨ଟି ମାମଲା ତଦନ୍ତ ପରିସରଭୁକ୍ତ ରହିଛି ।

Leave a Reply

Your email address will not be published. Required fields are marked *