ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୋଲିସ ସେବା ପଦକ ଘୋଷଣା କରାଯାଇଛି । ଓଡ଼ିଶାର ୧୯ ଜଣଙ୍କୁ ପୋଲିସ ସେବା ପଦକ ପ୍ରଦାନ କରାଯିବ । କାର୍ଯ୍ୟରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ସୁପରିଟେଣ୍ଡଣ୍ଟ ସରୋଜ ସାମଲ ଏବଂ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେହିପର ୬ ଜଣ ପୋଲିସ କର୍ମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ । ଜଣେ ସବଇନସ୍ପେକ୍ଟର୍, ୩ କନଷ୍ଟେବଳ ଓ ୨ ହାବିଲଦାର ସାହସିକତା ପୁରସ୍କାର ଗ୍ରହଣ କରିବେ । ଏସଆଇ ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ ଓ ଉମେଶ ମୁଣ୍ଡା ଏବଂ କନଷ୍ଟେବଳ ପିତାମ୍ବର ସତନାମୀ, କବି ଚନ୍ଦ୍ର ରାଉତ ଓ ସୁଶାନ୍ତ କୁମାର ସାଗରଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ । ସେହିପରି ୧୧ ଜଣଙ୍କୁ ପୋଲିସଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ । ସେମାନେ ହେଲେ କନଷ୍ଟେବଲ ପରିତୋଷ ମଣ୍ଡଳ, ଏସଆଇ ଏସ୍.କେ. ଅବଦୁଲ୍ ଫୟାଜ୍, କନଷ୍ଟେବଲ୍ ମହମ୍ମଦ ତୋସିଫ୍ ରବାନୀ, ଏଏସଆଇ ଶରତ ଚନ୍ଦ୍ର ବେହେରା, କନଷ୍ଟେବଳ ତ୍ରିଲୋଚନ ବୁଧିଆ, ଏଏସଆଇ ତେଜ ବାହାଦୁର ଗୁରୁଙ୍ଗ, ହାବିଲଦାର ଅତୁଲ କୁମାର ବିଶ୍ୱାଳ, ହାବିଲଦାର ଜୟନ୍ତି ସୁନା, ହାବିଲଦାର ମନୋଜା କୁମାର ଜେନା, କନଷ୍ଟେବଳ ନରେଶ କୁମାର ଚୌଧୁରୀ ଓ ହାବିଲଦାର ଦେବ ପ୍ରସାଦ ମହାନ୍ତି । ସେହିପରି ଅଗ୍ନିଶମ ସେବାରେ ଭମରବର ସେଠ୍ଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର। ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ। ପ୍ରମୋଦ କୁମାର ରାଉତ, ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ମିଳିବ ରାଷ୍ଟ୍ରପତି ପଦକ। Post navigation ଓଡ଼ିଶାରେ ପ୍ରଥମ ଥର ୧୦ ଦ୍ବୀପରେ ଉଡ଼ିବ ପତାକା ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ବଢ଼ିପାରେ ପ୍ରତାପ ଜେନାଙ୍କ ଅଡୁଆ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ମୃତକ ପୁଅ