ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ । ସୁଭଦ୍ରା ଦ୍ଵିତୀୟ କିସ୍ତିରେ ୧, ୮୩, ୭୮୫ ମହିଳା ବାଦ୍ ପଡ଼ିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । ସୁଭଦ୍ରା ୧ମ ଓ ୨ୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଉତ୍ତର ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, “୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ଦ୍ଵିତୀୟ କିସ୍ତିରେ ୯୮, ୮୨, ୯୨ ଜଣ ଟଙ୍କା ପାଇଛନ୍ତି । ସେଇଭଳି ରାଜ୍ୟ ସରକାର ପ୍ରଥମ କିସ୍ତିରେ ୫ ହଜାର ୩୨ କୋଟି ୯୩ ଲକ୍ଷ ଦେଇଥିବାବେଳେ ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ପ୍ରଦାନ କରିଛନ୍ତି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । Post navigation କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ନିକୁଞ୍ଜ ଧଳ ବିଧାୟକଙ୍କ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ