ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୧୨ ଜଣଙ୍କୁ ଅଟକ ରଖିଛି ପାରାଦୀପ ଆଦର୍ଶ ଥାନା ପୋଲିସ । କୋଲକାତାରୁ ବସ୍‌ ଯୋଗେ ଆସି ବୁଧବାର ସକାଳେ ସମସ୍ତେ ପାରାଦୀପ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ ସହ ତଦନ୍ତ କରାଯାଉଛି। ସମସ୍ତେ ବଙ୍ଗଳା ଭାଷାରେ କଥା ହେଉଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ, ସେ ନେଇ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *